इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୦୬

ପ୍ରେମକୁ ବଢ଼ାଇବା

ପ୍ରେମକୁ ବଢ଼ାଇବା

(୧ କରିନ୍ଥୀୟ ୧୩:୧-୮)

  1. ୧. ଯିହୋବା, କରୁ ନିବେଦନ,

    କି ଦେଖାଇବା ତୁମ ଗୁଣ ।

    ମୁଖ୍ୟ ଅଟେ ପ୍ରେମ ସବୁଠୁ,

    ଦେଖାଇବା ଆମେ ଏହାକୁ ।

    ଥିଲେ ନିପୁଣ କି ବୁଦ୍ଧିମାନ,

    ପ୍ରେମ ନ ଥିଲେ ସବୁ ବେକାର ।

    ଦିଅନ୍ତୁ ସାହାଯ୍ୟ ହେ ପିତା,

    ପ୍ରକାଶ୍‌ କରିବା ପ୍ରେମ ସଦା ।

  2. ୨. ପ୍ରେମ ଦେଖାଏ କୃପା-ଦୟା,

    ନିଜର ଇଚ୍ଛାକୁ ଦେଖେ ନା ।

    ପ୍ରେମ କେବେ ଖରାପ ଭାବେନି,

    କ୍ଷମା କରେ ଯୀଶୁଙ୍କ ପରି ।

    ପ୍ରେମ ରଖେ ଧୈର୍ଯ୍ୟକୁ ଧରି,

    ଏ ଗୁଣରେ ଅଧିକ ଶକ୍ତି ।

    କେବେ ଶେଷ ହୁଏ ନା ପ୍ରେମ,

    ସବୁକୁ ସହି, ପାଏ ଜୟ ।