इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୬୫

ବଢ଼ିବା ଆଗଇ !

ବଢ଼ିବା ଆଗଇ !

(ଏବ୍ରୀ ୬:୧)

  1. ୧. ବଢ଼ିବା ଆଗଇ ! ପଛ ହେବାନି !

    ଯିହୋବାଙ୍କ ସେବାରେ ଅଛି କାମ ଅତି ।

    ଏହି କାମକୁ କରିବା ପ୍ରଥମେ,

    ହେବା ସଫଳ ନିଶ୍ଚେ ।

    ଯୀଶୁଙ୍କ ପରି ହିଁ କରିବା,

    ଦୀପ ସତ୍ୟର ଦେଖାଇବା ।

    ଯିହୋବା ଅଛନ୍ତି ଆମ ପାଖରେ,

    ଦେଖିବାନି ପଛରେ ।

  2. ୨. ବଢ଼ିବା ଆଗଇ ! ସାହସୀ ହେବା !

    ଆମ ପିତା ଯିହୋବାଙ୍କୁ ଦେବା ମହିମା ।

    ଲୋକଙ୍କୁ ଆମେ କରିବା ପ୍ରଚାର,

    ଯିବା ସମସ୍ତ ଦ୍ୱାର ।

    ବିରୋଧୀ ଯେବେ ଦେଲେ ଭୟ,

    ଡରିବାନି ହେବା ନିର୍ଭୟ ।

    ରାଜ୍ୟର ସନ୍ଦେଶକୁ ଶୁଣାଇବା,

    ଅଧିକରୁ ଅଧିକ ।

  3. ୩. ବଢ଼ିବା ଆଗଇ ! ଭେଟିବା ଶୀଘ୍ର !

    ସେହିମାନଙ୍କୁ ଯେ

    ଅଟନ୍ତି ହୃଦେ ନମ୍ର ।

    ଦେଖାଇବ ରାସ୍ତା ପବିତ୍ର ଶକ୍ତି,

    ଏଥିରୁ ମିଳେ ଖୁସି ।

    ରହିବା ଏ କାମରେ ବ୍ୟସ୍ତ,

    ଶିଖାଇବା ହେବାନି ସୁସ୍ତ ।

    ଦେଖାଇବା ସମସ୍ତ ଜଗତକୁ,

    ସତ୍ୟର ଆଲୋକକୁ ।