इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୭୩

ଦିଅ ନିର୍ଭୟର ବରଦାନ

ଦିଅ ନିର୍ଭୟର ବରଦାନ

(ପ୍ରେରିତ ୪:୨୯)

  1. ୧. ଯିହୋବା ତୁମ ନାମର,

    କରୁ ଯେବେ ଘୋଷଣା,

    ଦେଉ ରାଜ୍ୟର ସନ୍ଦେଶ ।

    ଶତ୍ରୁ କରେ ବଦନାମ୍‌,

    ନା, ମଣିଷ ଭୟରେ,

    ଛାଡ଼ିବୁନି ତୋର କାମ ।

    ଶକ୍ତି ଦିଅ ଯେ ‘ହେ ଯିହୋବା,’

    ସଫଳର ବରଦାନ୍‌

    (କୋରସ)

    ଦିଅ ସାହସ ଏମିତି,

    ଦୃଢ଼ କରୁ ବିଶ୍ୱାସ,

    ହର୍ମିଗିଦ୍ଦୋନ୍‌ ଯେ ନିକଟେ,

    ଜଣାଇବୁ ବିଶ୍ୱକୁ ।

    ଦିନ ଆସିନି, ଯେ ଯାଏଁ

    ଦେବା ସନ୍ଦେଶ, ସେ ଯାଏଁ

    ଆତ୍ମବିଶ୍ୱାସ ବଢ଼ାଅ,

    ହୃଦୟରେ ।

  2. ୨. ତୁମେ ଜାଣ ‘ହେ ଯିହୋବା,’

    ଆମେ ମାଟିରୁ ଗଢ଼ା ।

    ଭାଙ୍ଗିଲେ ବିଶ୍ୱାସ ଯେବେ,

    ଦେବୁ ବିଶ୍ୱାସ ତେବେ ।

    ଶୁଣି ଶତ୍ରୁର କଥା,

    କରନ୍ତି ଯେ ଅପମାନ,

    ଦିଅ ଯେ ଏପରି ସାହସ,

    କହିବୁ ତୁମର ନାମ ।

    (କୋରସ)

    ଦିଅ ସାହସ ଏମିତି,

    ଦୃଢ଼ କରୁ ବିଶ୍ୱାସ,

    ହର୍ମିଗିଦ୍ଦୋନ୍‌ ଯେ ନିକଟେ,

    ଜଣାଇବୁ ବିଶ୍ୱକୁ ।

    ଦିନ ଆସିନି, ଯେ ଯାଏଁ

    ଦେବା ସନ୍ଦେଶ, ସେ ଯାଏଁ

    ଆତ୍ମବିଶ୍ୱାସ ବଢ଼ାଅ,

    ହୃଦୟରେ ।