इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୯୦

ପରସ୍ପରକୁ କରୁ ଉତ୍ସାହିତ

ପରସ୍ପରକୁ କରୁ ଉତ୍ସାହିତ

(ଏବ୍ରୀ ୧୦:୨୪, ୨୫)

  1. ୧. ରଖ ବାନ୍ଧି ପରସ୍ପରକୁ,

    ସେବା କରି, ଏକ ହୋଇ ।

    ପ୍ରେମ ବନ୍ଧନ ହୁଏ ଦୃଢ଼,

    ଶାନ୍ତି ଏକତା ବି ବଢ଼େ ।

    ଭାଇ-ଭଉଣୀଙ୍କ ସ୍ନେହରେ,

    ସକ୍ଷମ ଯେ ସହିବାକୁ,

    ମଣ୍ଡଳୀ ସ୍ଥାନ ଆଶ୍ରୟର,

    ପାଉ ସୁରକ୍ଷା ସେଠାରେ ।

  2. ୨. କହିଥିବା ସଠିକ ଶବ୍ଦ,

    ଲାଗେ ଯେ ମଲମ ପରି ।

    ପ୍ରିୟଙ୍କଠୁ ପାଇ ସାନ୍ତ୍ୱନା,

    ଲାଗନ୍ତି କେତେ ନିଜର ।

    ଏକତ୍ର କାମଟି କରିଲେ,

    ହୁଏ ଯେ ରାସ୍ତା ସରଳ ।

    ଦୃଢ଼ କରି ପରସ୍ପରକୁ,

    କରୁ ଅନ୍ୟକୁ ସାହାଯ୍ୟ ।

  3. ୩. ଦେଖୁ ଯେ ବିଶ୍ୱାସ ଆଖିରେ,

    ପ୍ରଭୁଙ୍କ ଦିନ ପାଖରେ ।

    ଜାରି ରଖ ଏକାଠି ହେବା,

    ଦୁଃଖେ ବି ସଙ୍ଗେ ରହିବା ।

    ପ୍ରଭୁଙ୍କ ଦାସଗଣ ସହ,

    କରୁ ଦିନରାତି ସେବା,

    ଉତ୍ସାହ କଲେ ସମସ୍ତଙ୍କୁ,

    ସଫଳ ଯେ ଦିନେ ହେବା ।