इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୧୪୪

ଆଖିରେ ଭରସା ରଖିବା

ଆଖିରେ ଭରସା ରଖିବା

(୨ କରିନ୍ଥୀୟ ୪:୧୮)

  1. ୧. ଅନ୍ଧ ଯେବେ ପାଏ ନୟନ,

    ବଧିର ବି କରେ ଗାୟନ,

    ରହିବନି ମରୁଡ଼ି ଭୂମି,

    ଫୁଲଭରା ହେବ ଭୂମି;

    ହୋଇଯିବେ ସବୁ ଜୀବିତ,

    ହେବେ ସବୁ ପାପରୁ ମୁକ୍ତ ।

    (ଘୋଷା)

    ଦେଖିପାରିବା ସବୁ ଆଶା,

    ଥିଲେ ଆଖିରେ ଭରସା ।

  2. ୨. ମିଶିବେ ଭାଲୁ ଓ ବାଛୁରି,

    ଚରିବେ ସିଂହ ଓ ଗାଈ ମିଶି,

    ସାନ ପୁଅ ରହିବ ପାଖେ,

    ଶୁଣିବେ ତାʼର ଡାକରେ;

    ରହିବନି ଆଖିରେ ଲୁହ,

    ବ୍ୟଥା ଆଉ ପାଇବନି ଦେହ ।

    (ଘୋଷା)

    ଦେଖିପାରିବା ସବୁ ଆଶା,

    ଥିଲେ ଆଖିରେ ଭରସା ।